ଆର,ଉଦୟଗିରି ଥାନାରେ ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକାରିତା
ଆର,ଉଦୟଗିରି(ମନୋଜଜ କୁମାର ପାଢୀ/୧/୭/ : ଇଣ୍ଡିଆନ୍ ପେନାଲ୍ କୋଡ୍ (୧୮୬୦) ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର (୧୯୭୩) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଇଣ୍ଡିଆନ୍ ଏଭି ଏଭିଡେନ୍ସ ଆକ୍ଟ ଅଧିନିୟମ (୧୮୭୨) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କରାଯାଇଛି । ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବାରୁ ଆର,ଉଦୟଗିରି ଥାନାରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୀଡ଼ିତଙ୍କ ସୁନିଶ୍ଚିତ ନ୍ୟାୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରାଧାନ୍ୟ, ତ୍ବରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନ୍ଲାଇନ୍ରେ ଏତଲା ଦାୟର୍ ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଓ ଯାଞ୍ଚର ଅଡିଓ-ଭିଡିଓ ରେକର୍ଡିଂ ଇତ୍ୟାଦି ଆଇନର ପରିସରଭୁକ୍ତ ବିଷୟରେ ଆର,ଉଦ଼ୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଅଧ୍ୟକ୍ଷତା ଥାନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମଣ୍ଡି ଡିଏସ୍ପି ଆଲୋକ ରଞ୍ଜନ ରାୟ, ଆର,ଉଦୟଗିରି ଏସଡିପିଓ ଅଶ୍ବିନୀ କୁମାର ନାୟକ, ବିଡିଓ ଲରିମନ ଖର୍ସେଲ, ଡାକ୍ତର ନିବେଦିତା ପଣ୍ଡା,ଆର,ଉଦୟଗିରି ଓକିଲ ସଂଘ ସଭାପତି ଶଭେନ୍ଦ୍ର ପାଣିଗ୍ରାହୀ ସରକାରୀ ଓକିଙ୍କ ସନ୍ତୋଷ ଶବର , ନିର୍ବାଚିତ ପ୍ରତିନିଧି, ସରକାରୀ ଅଧୂକାରୀ, କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।