୧୩ ତମ ଜାତୀୟ କନିଷ୍ଠ ଓ ବରିଷ୍ଠ ପୁରୁଷ ମହିଳା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାଚକମା ଦେଇ ଚମକିଲେ କୋରାପୁଟ ସୁନା ପୁଅ ରୋହିତ ଜିତିଲେ ୩ସ୍ଵର୍ଣ୍ଣ, ୧ ରୌପ୍ୟ, ଡେଡଲିଫ୍ଟରେ କଲେ ଜାତୀୟ ରେକର୍ଡ

୧୩ ତମ ଜାତୀୟ କନିଷ୍ଠ ଓ ବରିଷ୍ଠ ପୁରୁଷ ମହିଳା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାଚକମା ଦେଇ ଚମକିଲେ କୋରାପୁଟ ସୁନା ପୁଅ ରୋହିତ ଜିତିଲେ ୩ସ୍ଵର୍ଣ୍ଣ, ୧ ରୌପ୍ୟ, ଡେଡଲିଫ୍ଟରେ କଲେ ଜାତୀୟ ରେକର୍ଡ

କୋରାପୁଟ: ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ୧୩ ତମ ଜାତୀୟ କନିଷ୍ଠ ଓ ବରିଷ୍ଠ ପୁରୁଷ ମହିଳା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଗତ ୬ ତାରିଖରୁ ଚାରିଦିନ ଧରି ଚାଲିଥିବା ଏହି ପ୍ରତିଗୋଗିତାରେ ୩ ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଜାତୀୟସ୍ତରରେ ଚମକିଛନ୍ତି କୋରାପୁଟ ପୁଅ ରୋହିତ ପାତ୍ର। ପ୍ରତିଗୋଗିତାର କନିଷ୍ଠ ବର୍ଗରେ ଭାଗ ନେଇ ରୋହିତ ଈର୍ଷଣୀୟ ସଫଳତା ସାଉଁଟିଛନ୍ତି। ରୋହିତ ୧୨୦ ରୁ ଊର୍ଦ୍ଧ୍ବ କନିଷ୍ଠ ବର୍ଗରେ ଡେଡଲିଫ୍ଟରେ ୨୫୫ କିଲୋଗ୍ରାମ ଓ ସ୍କ୍ବାଟରେ ୨୫୦ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ଜିତି କୋରାପୁଟର ଗର୍ବକୁ ଜାତୀୟସ୍ତରରେ ପହଞ୍ଚାଇ ପାରିଛନ୍ତି। ସେହିପରି ବେଞ୍ଚପ୍ରେସରେ ସେ ୧୩୫ କିଲୋଗ୍ରାମ ଉଠାଇ ରୌପ୍ୟ ଜିତିବା ସହ ପ୍ରତିଯୋଗିତାର ସବୁ ବର୍ଗକୁ ମିଶାଇ ରୋହିତ ସ୍ୱର୍ଣ୍ଣ ଜିତି ଓଡ଼ିଶା ପାଇଁ ସ୍ଵର୍ଣ୍ଣିମ ସଫଳତା ଆଣି ଦେଇଛନ୍ତି। ତାହା ସହିତ ସେ ଡେଡଲିଫ୍ଟରେ ୨୫୫ କିଲୋଗ୍ରାମ ଶକ୍ତି ଉତ୍ତୋଳନ କରି ନିଜ ବର୍ଗରେ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି। ଯାହାକି କୋରାପୁଟ ତଥା ସାରା ଓଡ଼ିଶାର ନାମକୁ ଜାତୀୟସ୍ତରରେ ପରିଚିତ କରାଇ ପାରିଛି। ୧୩ ତମ ଜାତୀୟ କନିଷ୍ଠ ଓ ବରିଷ୍ଠ ପୁରୁଷ ମହିଳା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ କୋରାପୁଟର ଏହି ସୁନା ପୁଅ ନିଜ ବର୍ଗରେ ମୋଟ ୬୪୦ କିଲୋଗ୍ରାମ ଶକ୍ତି ଉତ୍ତୋଳନ କରି ସବୁବର୍ଗକୁ ମିଶାଇ ବି ସୁନା ଜିତିଛନ୍ତି। ପ୍ରକାଶଥାଉ ଯେ, ରୋହିତ ହେଉଛନ୍ତି କୋରାପୁଟ ସୁନାବେଡ଼ାର କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ +୨ ପରୀକ୍ଷା ଦେଇଥିବା ଛାତ୍ର। ବାପା ନିରୋଦା ନନ୍ଦ ପାତ୍ର ଓ ମା ‘ ରମାଦେବୀ ପାତ୍ରଙ୍କ ପୁଅ ରୋହିତଙ୍କ ଏହି ସଫଳତା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ସାଜିଛି। ତାହା ସହ ରୋହିତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ନିଜସ୍ଵ ଉଦ୍ୟମରେ ତଥା ଭାଇ ନିଖିଳ ପାତ୍ରଙ୍କ ପରାମର୍ଶରେ ରୋହିତ କୋରାପୁଟସ୍ଥିତ ମୁନସିପାଲଟି ଜିମ୍ ରେ ଶକ୍ତି ଉତ୍ତୋଳନର ଅଭ୍ୟାସ କରନ୍ତି। ଗତ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଜିତି ସୁନା ପୁଅ ରୋହିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କୁ ଚକମା ଦେଇ ଗୋଲ୍ଡେନ ବୟ ସାଜିଛନ୍ତି। ଆଗାମୀ ଦିନରେ ସେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଆହୁରି ପଦକ ଜିତି ଓଡିଶାର ନାକୁ ବିଶ୍ୱସ୍ତରରେ ପହଞ୍ଚାଇବାର ଆଶା ରଖିଛନ୍ତି ବୋଲି କହନ୍ତି କୋରାପୁଟର ଏହି ଶକ୍ତି ଉତ୍ତୋଳକ ରୋହିତ ପାତ୍ର।

Leave a Reply

Your email address will not be published. Required fields are marked *