ଅଘୋଷିତ ବିଦ୍ୟୁତ୍ କାଟ୍ ଗୁଳୁଗୁଳୁରେ ଉପଭୋକ୍ତା ହନ୍ତସନ୍ତ

ଅଘୋଷିତ ବିଦ୍ୟୁତ୍ କାଟ୍ ଗୁଳୁଗୁଳୁରେ ଉପଭୋକ୍ତା ହନ୍ତସନ୍ତ,
କିରାସିନି ମିଳୁ ନ ଥିବାରୁ ମହମବତୀ ଭରସା

ଆର,ଉଦୟଗିରି- ଗୋଟିଏ ପଟେ ଖରା ସହ ଗରମ ଗୁଳୁଗୁଳି, ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଇଛି କାଳ ବୈଶାଖର ତାଣ୍ଡବ, ଆଉ ଗୋଟିଏ ପଟେ ଦାଉ ସାଧୁଛି ଘନ ଘନ ବିଦ୍ୟୁତ କାଟ । ଫଳରେ ଲୋକେ ହନ୍ତସନ୍ତ ହୋଇପଡୁଛନ୍ତି। ଗତ କିଛି ହେଲା ଏଭଳି ଏଭଳି ଘଟଣା ଘଟୁଛି ଗଜପତି ଜିଲ୍ଲା ଆର,ଉଦୟଗିରି ଓ ନୁଆଗଡ ବ୍ଳକ ଅଞ୍ଚଳରେ । ସାଧାରଣ ବଣ୍ଟନରେ କିରାସିନି ଦୀଘ୍ର ମାସ ହେବ କିରାସିନି ମଳୁନଥିବା ବେଳେ ସବୁଠି ମହମବତୀ ଏବେ ସମସ୍ତଙ୍କ ଭରସା ପାଲଟିଛି । ଦିନରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଗରମ ଗୁଳୁଗୁଳିରେ ଉପଭୋକ୍ତ ପାଇଲା ହୋଇଯାଉଛନ୍ତି। ସନ୍ଧ୍ୟା ନଇଁ ଆସିଲେ ବିଦ୍ୟୁତ କାଟ ଯୋଗୁଁ ପିଲାଙ୍କ ପାଠ ପଢା ହେଉ କି ବ୍ୟବସାୟୀଙ୍କୁ ଦୋକାନରେ ବ୍ୟବସାୟ କରିବା ସମ୍ଭବପର ନଥିବା ବେଳେ ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ବିଦ୍ୟୁତ ଘଣ୍ଟା ଘଣ୍ଟା ଅଚଳ ଯୋଗୁଁ ଇନଭର୍ଟରର ଚାର୍ଜ ମଧ୍ୟ ରହୁନାହିଁ । ତେଣୁ ସମସ୍ତ ଏବେ ଏକମାତ୍ର ଭରସା ମହମବତୀ ଉପରେ ନିର୍ଭରଶୀଳା। ଏହି ପରିସ୍ଥିତିରେ ଯୋଗାଣ ବିଭାଗ ପକ୍ଷରୁ ରଖିବା ଆବଶ୍ୟକତା ରହିଥିବା ବେଳେ ବିଭାଗ ଏହା କରୁନଥିବା ଜଣାପଡିଛି । ଏନେଇ ଯୋଗାଣ ନିରୀକ୍ଷକ ସହ ଯୋଗାଯୋଗ କରିଯିବାରୁ ଲୋକେ କିରାସିନି ନ ନେଉଥିବା ଯୋଗୁଁ ସବ୍ ଡିଲର କିରାସିନି ଉଠାଉନାହାନ୍ତି ବୋଲି କହିଥିଲେ । ବିଦ୍ୟୁତ ନିୟମିତ ଅଚଳ ଓ ଅଘୋଷିତ ବିଦ୍ୟୁତ କାଟ୍ ସମ୍ପର୍କରେ ସହକାରୀ ଯନ୍ତୀ କହିଛନ୍ତି ମୋହନା ୩୩ କେଭି ଫେଲ ଅଛି । ତେବେ ଅନେକ ସମୟ କାଳ ବୈଶାଖୀ ପାଇଁ ବିଦ୍ୟୁତ ସମସ୍ୟା ହେଉଥିବା କହୁଛନ୍ତି । ଦୁଇ ତଳେ ଭୋର ୫ଟା ରୁ ୧୦ଟା ସମୟରେ ଆସିଥିଲା । ରବିବାର ୯ଟାରୁ ବିଦ୍ୟୁତ କଟି ୧୨ଟା ସମୟ ଆସିଥିଲା । ପ୍ରତି ଦିନ ୩ଟା ସମୟରେ ପବନ ଆସିଲେ ବିଦ୍ୟୁତ ଯାଇ ସନ୍ଧ୍ୟା ୬ଟା ରୁ୧୦ ଟା ସମୟରେ ବିଦ୍ୟୁତ ଆସିଛି ତାହାସହ ଏଇଟେଲ ଟ୍ବାବର କଟି ଯାଉଛି । ଏହି ଅଞ୍ଚଳର ଲୋକେ ହଟହଟା ହେଉଥିବା ଦେବାକୁ ମିଳୁଛି ।
ଗଜପତି ଆର,ଉଦୟଗିରି ରୁ ମନୋଜ କୁମାର ପପାଢୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *