୩ରୁ୪ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ
ଭୁବନେଶ୍ୱର: (ଅଭିଶିକ ମହାନ୍ତି)ଆସନ୍ତା ୩ରୁ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ ଓ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ।ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଲେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।