ରଟିଙ୍ଗିଆ ପଞ୍ଚାୟତରେ ନିଶା ନିବାରଣ ପାଇଁ ସଚେତନତା ପଦଯାତ୍ରା
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜି. ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ବିଷ୍ଣୁଦେବା ପ୍ରଧାନଙ୍କ ତତ୍ତ୍ଵବଧାନରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଓ ଅନ୍ତରଙ୍ଗ ଯୁବ ମହାସଂଘ, ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ନାୱର ସହଯୋଗରେ ପଞ୍ଚାୟତର ଶତାଧିକ ମହିଳାମାନେ ସାମିଲ ହୋଇଥିଲେ। ଏହି ପଞ୍ଚାୟତରେ ଦୀର୍ଘ ବର୍ଷ ଧରି କିଛି ଲୋକମାନେ ମହୁଲି ମଦ ରାନ୍ଧି ବ୍ୟବସାୟିକ ଭିତ୍ତିରେ କାରବାର କରୁଥିବା ପରିଲକ୍ଷିତ ହେଉଥିଲା। ଏଥି ସହିତ ଗଞ୍ଜେଇ କାରବାର ମଧ୍ୟ ବୃଦ୍ଧି ପାଇଥିବା ଦେଖି ଆଜି ପଞ୍ଚାୟତବାସୀ ଏହିପରି ପଦକ୍ଷେପ ନେଇଥିବା ଦେଖାଦେଇଛି। ମଦ ଏବଂ ଗଞ୍ଜେଇ କାରବାର ହେଉଥିବାରୁ ଛୋଟ ଛୋଟ ଶିଶୁ ଓ ଅଧିକାଂଶ ପୁରୁଷମାନେ କର୍ମକୁଡ଼ିଆ ହେଉଥିବା ବେଳେ ପାରିବାରିକ ଅଶାନ୍ତି, ମହିଳା ନିର୍ଯାତନା ଛାତ୍ରୀ ମାନଙ୍କର ଅସୁରକ୍ଷିତ ମଣୁଛନ୍ତି। ଏହି ସମସ୍ତ ବିଷୟକୁ ନଜର କରି ପଞ୍ଚାୟତରେ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ସ୍ଲୋଗାନ ଦେଇ ପଞ୍ଚାୟତର ମଦ କାରବାର ହେଉଥିବା ଗ୍ରାମଗୁଡିକରେ ପଦ ଯାତ୍ରା କରାଯାଇଛି। ଏହି ପଦଯାତ୍ରାରେ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ନାୱର ସଂଯୋଜିକା ରିତାଞ୍ଜଳି ବଗର୍ତ୍ତୀ, ମହିଳା ଜୀବିକା ସୁରକ୍ଷା ମଞ୍ଚର ସଂଯୋଜିକା ସସ୍ମିତା ମଲ୍ଲିକ ସାମିଲ ହୋଇଥିଲେ ଏବଂ ଏମବିକେ ଡି. ସବନମଙ୍କ ନେତୃତ୍ୱରେ, ସମ୍ପାଦିକା ଦମ୍ବିକା ନାୟକ, ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ, ବିମଳା ପ୍ରଧାନ, ରୁନିମା ପ୍ରଧାନ, ନାମିନି ନାୟକ, ବବିତା ପରାସେଟ, ଇତିମା ନାୟକ, ଆରତୀ କହଁର, ମିତା ପ୍ରଧାନ, ଅନୁପମା ପ୍ରଧାନ, ନିଶାମଣି ପ୍ରଧାନ ସହଯୋଗ କରିଥିଲେ ।