ପୂଜାରୀଗୁଡା ନିଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା ଶ୍ରୀ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିରର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି । ସାହିତ୍ୟ ରତ୍ନ ଶ୍ରୀ ସୂର୍ଯ୍ୟପୀଠ ର ବ୍ରହ୍ମଶ୍ରୀ ୱେମାକୋଟି ନରହରି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସାଧୁସନ୍ଥଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ।ଆଜି ସକାଳ ୧୧.୩୦ସମୟରେ ଗଣାପତି ପୂଜନ, ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ, ପୁଣ୍ୟାହବାଚନ, ରକ୍ଷାସୁତ୍ର ଧାରଣ ଓ ଅଙ୍କୁରାର୍ପଣ କରାଯିବ ପରେ ଅପରାହ୍ନ ୩ଟା ସମୟରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ୧୦୮କଳସ ଯାତ୍ରା କରାଯାଇଛି ।୧୯ତାରିଖରେ ଧାନ୍ୟଦିବାସ କାର୍ଯ୍ୟକ୍ରମ ଅପରାହ୍ନରେ କ୍ଷୀରାଧି ବାସ, ପଞ୍ଚସୟାଦିବାସ କରାଯିବା ପରେ ୨୦ତାରିଖ ବୁଧବାର ଦିନ ସକାଳ ନିଲାକଣ୍ଠେଶ୍ୱର ସ୍ୱାମୀଙ୍କ ପ୍ରାଣ ପ୍ରତିଷ୍ଠା ଓ ବିଗ୍ରହ ପ୍ରାଣପ୍ରତିଷ୍ଠା, ଶିଖର ପ୍ରତିଷ୍ଠା ,ବିଶେଷ ଅର୍ଚ୍ଚନା, ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି କରାଯାଇ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ମନ୍ଦିର କମିଟି ପକ୍ଷରୁ ତିନିଦିନ ଧରି ମଧ୍ୟାହ୍ନରେ ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପ୍ରେସ କ୍ଳବ ତରଫରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସମ୍ବର୍ଦ୍ଧିତ….
ପ୍ରେସ କ୍ଳବ ତରଫରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସମ୍ବର୍ଦ୍ଧିତ…. କନ୍ଧମାଳ -15/06(ରିପୋର୍ଟ କୁନା ଦିଗାଲ ) ଜିଲ୍ଲା ପ୍ରେସ କ୍ଲବ ତରଫରୁ ନବ…
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ :(ସାନୁଜ ବେହେରା ) ଟିକାବାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ମୁଖ୍ୟମନ୍ତ୍ରୀ…