ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ ଠାରେ ଜନଜାତୀୟ ଗୌରବ ଦିବସ ଅବସରରେ ଦ୍ଵିତିକୃଷ୍ଣ ମାଝି ଙ୍କ ସଭାପତିତ୍ବରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ,ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ,ଚକାପାଦରେ ମହାଆଡମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ , ବ୍ଲକ୍ ଚକାପାଦ ୟୁନିଟ୍ ର ସଭ୍ୟସଭ୍ୟା ପାଳନ କରିଅଛନ୍ତି l ଅଞ୍ଚଳ ର ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କୁ ଭଗଵାନ ବିର୍ସା ଓ ଡ଼ଃ .ବି ଆର . ଆମ୍ବେଦକରଙ୍କ ଅନୁଗାମୀ ହେବା ନିମନ୍ତେ ନିବେଦନ କରିଥିଲେ ।ନିଜ ସମାଜର ଏକତା ନିର୍ମାଣ କରି ସାମାଜିକ, ଅର୍ଥନୈତିକ, ଶିକ୍ଷା, ପ୍ରଶାସନ ଅଧିକାର କୁ ଜିତିବା ପାଇଁ କାର୍ଯ୍ୟ ଜାରି ରହିବ l ଅନ୍ଧ, ବଧିର ଏବଂ ମୂକ ନ ହୋଇ ଆମର ଲକ୍ଷ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ ବୋଲି ଅନେକ ବୁଦ୍ଧିଜୀବୀ ବକ୍ତବ୍ୟ ରଖିଥିଲେ l ଯଦି ସମାଜକୁ ଶ୍ରେଷ୍ଠ କରିବା ନିମନ୍ତେ ନିଜ ଜୀବନର ଅସ୍ତିତ୍ବ ଆଗାମୀ ପୀଢି ପାଇଁ ରଖିବା ନିମନ୍ତେ ଆମେ ଲଢିବା | ଜଗଦୀଶ ପ୍ରସାଦ ନାୟକ, ପ୍ରଦୀପ କୁମାର କହଁର, ଦୁର୍ଯ୍ୟଧନ ବେହେରା, କିରୀଟି ନାୟକ, କୁନ୍ତି ପ୍ରଧାନ,ବିକ୍ରମ ଦିଗାଲ, ନାଭିଦିତ୍ଵ ବେହେରା, ସୁନନ୍ଦ ଦିଗାଲ, ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ମଲ୍ଲିକ , ସଞ୍ଜୀବ ବେହେରା, ଚତୁର୍ଭୁଜ ବେହେରା ଏହିପରି ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ।
Related Posts
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’
ଭୁବନେଶ୍ଆଵର : ଅଧିକାଂଶ ଚାଷୀ କ୍ଷୁଦ୍ର ଓ ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ସକାଶେ ପଶୁ…
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା .. ଗଜପତି(ମନୋଜ ପାଢୀ)-…
ପାରଳା ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଐତିହ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରମଣ
ପାରଳା ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଐତିହ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରମଣ ଗଜପତି (୧୭/୬/୨୦୨୪):ଗଜପତି ଜିଲ୍ଲାର ଐତିହ ସମ୍ପର୍ଣ୍ଣ ପ୍ରକୃତି ନିୟନ୍ତ୍ରଣକାରୀ ମହେନ୍ଦ୍ରଗିରି ଠାରେ ଲକ୍ଷ୍ମୀ ବାବାଙ୍କ…