ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ରାୟ ପ୍ରକାଶ,
ଗଞ୍ଜାମ:୫ ଜଣକୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଜଜ୍।ଗତ ୨୦୧୦ ଏପ୍ରିଲ ୨୨ ତାରିଖରେ ଘଟିଥିବା ଧୀର ସାମଲ ହତ୍ୟା ମାମଲାର ୨୪ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଜଜ୍ ମହାଶୟା ୫ ଜଣ ଅଭିଯୁକ୍ତ ଯଥା କାଳିଆ ସେଠୀ,ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପାତ୍ର ଓ ସନ୍ୟାସୀ ରାଉତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଓ ପ୍ରମାଣ ଅଭାବରୁ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୁଚନା ଥାଉକି ଘଟଣା ଦିନ ନିହତ ଧୀର ସାମଲ ଶ୍ରୀରାମ ନଗର ଛକରେ ରାଜୀବ ବେହେରା ଓ ସନ୍ତୋଷ ତ୍ରିପାଠୀ ନାମକ ଦୁଇ ବନ୍ଧୁଙ୍କ ସହ କଥା ହେଉଥିଲା ବେଳେ ଅଭିଯୁକ୍ତ ମାନେ ଧୀର କୁ ଲକ୍ଷ କରି ବୋମାମାଡ କରି ତାକୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୋମାମାଡ ରେ ଦୁଇ ବନ୍ଧୁ ସନ୍ତୋଷ ଓ ରାଜୀବ ଆହତ ହୋଇଥିଲେ। ୩ ଜଣ ଗୁରୁତର ଆହତ ଙ୍କୁ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ଧୀର କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ସମୟରେ ପୋଲିସ କୁ ଆକ୍ରମଣକାରୀଙ୍କ ନାଁ କହିଥିଲେ ଓ ମୃତ ଧୀର ର ଭାଇ ଭାଲୁ ସାମଲ ର ଏତଲା କ୍ରମେ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ୮ ଜଣ କୁ ବିଭିନ୍ନ ସମୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।