ବରିଷ୍ଠ ନାଗରିକ ଦିବସରେ ଉପକରଣ ବିତରଣ ମେଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିୟ ବୟସ୍କ ଦିବସ ଅବସରରେ ବୟସ୍କ ବ୍ୟକ୍ତିଙ୍କ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀଳୟ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟାଶ୍ରୀ ଯୋଜନା ଦ୍ବାରା ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଅଧୀନରେ ଉପକରଣ ବିତରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୁଆଗଡ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗଣ୍ଠି, ଖଜୁରୀପଦା ସରପଞ୍ଚ ଷଣ୍ଡୁ ମଣ୍ଡଳ, ପିଇଓ ତଥା ଜିପିଇଓ ନରସିଂହ ଚରଣ ମିଶ୍ର ଓ ବିଧାୟକ ପ୍ରତିନୀଧି ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏଥିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୩ — ୨୪ ବର୍ଷରେ ଚିହ୍ନଟ ହୋଇଥିବା ମୋହନା, ଆର,ଉଦୟଗିରି ଓ ନୁଆଗଡ ବ୍ଳକର ୫୦ ଜଣ ହିତାଧିକାରୀଙ୍କୁ ହ୍ବିଇଲ ଚେୟାର, ଟ୍ରାଇ ସାଇକେଲ, ଆଶା ବାଡି, ଅନ୍ଧ ସ୍ମାଟ କେନ, ଶ୍ରବଣ ଯନ୍ତ ଓ ବଙ୍କୁଲି ବାଡି ଇତ୍ୟିାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଗୁଣ୍ଠି ପରିଚାଳନା କରିଥିଲେ ।
Related Posts
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ରାୟଗଡ଼ା ସହରର…
୧୬ଟି ମିସନ୍ ଶକ୍ତି ଗୃହ ଜୁଆଡି ଓ ମଦୁଆଙ୍କ ଆଡସ୍ଥଳୀ ପାଲଟିଛି
୧୬ଟି ମିସନ୍ ଶକ୍ତି ଗୃହ ଜୁଆଡି ଓ ମଦୁଆଙ୍କ ଆଡସ୍ଥଳୀ ପାଲଟିଛି ଗଜପତି (୨୪.୬.୨୦୨୪):୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୬ ଗୋଟି ମିଶନ ଶକ୍ତି ଗୃହ…
ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ମନ୍ତ୍ରl,ଦୁଇଦିନିଆ ରାୟଗଡ ଗସ୍ତରେ
ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା…