ପାଣିରେ ବୁଡି ଛାତ୍ର ମୃତ
ନୂଆପଡା:(ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ସ୍ଥିତ ଅମର ରାୟଙ୍କ ସାନ ପୁଅ ପ୍ରଣବ ରାୟ (14) ଚହଲା ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନାମତେ ଅମର ରାୟଙ୍କ ସହ ଧର୍ମିଣୀ ସ୍ମିତା ରାୟ ଙ୍କ ସହିତ ତାଙ୍କ ସାନ ପୁଅ ପ୍ରଣବ ଜୁନାଗଡ଼ ଜମୁନାବାହାଲ ଗ୍ରାମକୁ ଏକ ବାହାଘରକୁ ଯାଇଥିଲେ । ଗତକାଲି ବୁଧବାର ସକାଳୁ ଜମୁନାବାହାଲ ଗ୍ରାମରେ ଥିବା ଏକ ଚହଲାକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବା ପାଇଁ ଯାଇଥିଲେ ଏହି ସମୟରେ ଚହଲାରେ ବୁଡି ଯାଇ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କୁ ଜୁନାଗଡ଼ ପୋଲିସ ସହାୟତାରେ ଜୁନାଗଡ଼ ହସ୍ପିଟାଲକୁ ଆଣିବା ପରେ ପ୍ରଣବ କୁ ମୃତ ଘୋଷଣା କରାଯାଇଥିଲା ।
ପରେ ଜୁନାଗଡ଼ ମୁଖ୍ୟ ଚିକିତ୍ସାଲୟରେ ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମୃତ ପ୍ରଣବ କୁ ପରିବାର ଲୋକେ ଖଡ଼ିଆଳ ସ୍ଥିତ ଲୋହାରପାଲି ଗ୍ରାମକୁ ଆଣି ଦାହ ସଂସ୍କାର କରିଥିଲେ । ସୂଚନା ଥାଉକୁ ଅମର ରାୟଙ୍କ ଗୋଟିଏ ଝିଅ 19 ବର୍ଷ ଓ ଦୁଇ ପୁଅ 16 ଓ 14 ବର୍ଷର ଥିଲେ । ସାନ ପୁଅ ପ୍ରଣବର ମୃତ୍ୟୁରେ ବାପା ଅମର ରାୟ ଓ ମାଁ ସ୍ମିତା ରାୟ ଭାଙ୍ଗି ପଡିଛନ୍ତି । ମୃତ ପରିବାର କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।