ନୂତନ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କ ମହାନତା….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରାଇଗୁଡ଼ା ଗ୍ରାମ ର ଗରିବ ନିରୀହ ରାଜୀବ ଦିଗାଲ ନାମକ ଜଣେ ବ୍ୟକ୍ତି ବାଇକ୍ ଧକ୍କା ରେ ଗୋଡ଼ ଭାଙ୍ଗି ଯାଇଛି l ଚିକିତ୍ସା କରିବା ନିମନ୍ତେ ତାଙ୍କ ପାଖେ ଅର୍ଥ ଅଭାବ ହେଉଥିବାରୁ ସେ ଘରେ ପଡ଼ି ରହି ନାହିଁନ ଥିବା ଅସୁବିଧା ର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଭାଙ୍ଗିଥିବା ଗୋଡ଼ ଜୈଣ୍ଟ କରିବା ନିମନ୍ତେ ଅର୍ଥ ଅଭାବ ହେଉଥିବା ହେତୁ ରୋଗୀ ଘରେ ପଡ଼ିରହି ନାହିଁନ ଥିବା ଅସୁବିଧା ଭୋଗୁଥିଲେ l କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ମହୋଦୟ ଙ୍କୁ ଆର୍ଥିକ ସହାୟତା ନିମନ୍ତେ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ଜିଲ୍ଲାପାଳ ତାଙ୍କୁ ଇଲେକ୍ସନ ପରେ ଦେଖାକରିବାକୁ କହି ଥିଲେ l ଇଲେକ୍ସନ ସରିବା ପରେ ଜିଲ୍ଲାପାଳ ଙ୍କ କହିବା ଅନୁଯାଇ ରୋଗୀ ଯାଇକି ଜିଲ୍ଲାପାଳ ଙ୍କୁ ଦେଖା କରିବାରୁ ଅଧିକ ଦିନ ହେଲାଣି ମୁ ଅର୍ଥ ସହାୟତା ଦେଇପାରିବିନି କହି ଜିଲ୍ଲାପାଳ ସିଧା ମନା କରିଥିବା କହିଥିଲେ ରୋଗୀ ଓ ତାଙ୍କ ପରିବାର ଲୋକେ l ହେଲେ ଏଠି ପ୍ରଶ୍ନ ଉଠୁଛି କି ଜିଲ୍ଲାପାଳ ଜଦି ଗରିବ ଜନ ସାଧାରଣ ଲୋକଙ୍କୁ ଏଭଳି ହଇରାଣ କରିବେ ତ ଅନ୍ୟ କର୍ମଚାରି ମାନେ କଣ ନ କରିବେ ବଲି ସାଧାରଣରେ ଚର୍ଚା ହେଉଛି l ଶେଷରେ ନିରାଶ ହେଇ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କ ସହଯୋଗ ଲୋଢ଼ୀଥିଲେ l ଅଧ୍ୟକ୍ଷ ଶ୍ରୀ ଦିଗାଲ ଜଣଙ୍କ ନିଜ ଜରିଆରେ ଯେତିକି ସମ୍ଭବ ସହଯୋଗ କରିବା ସହିତ ଫୁଲବାଣୀ ନିର୍ବାଚନ ର ନୂତନ ବିଧାୟକ ଉମାଚରଣ ମଲ୍ଲିକ ଙ୍କୁ ସାକ୍ଷାତ କରି ରାଜୀବ ଦିଗାଲ କେମିତି ଭଲ ହେଇପାରିବେ ସେନେଇଁ ଆଲୋଚନା କରି ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ ରେ ଜୈନ କରିବା ପାଇଁ କହିଥିଲେ l ରାଜୀବ ଦିଗାଲ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି l ସରକାର ବଦଳିବାରୁ ଜିଲ୍ଲାପାଳ ଗରିବଙ୍କ ଦୁଃଖ ଶୁଣୁନଥିବା ସିଧା ସଳଖ କହିଛନ୍ତି ପରିବାର ଲୋକେ l ଜିଲ୍ଲାପାଳ ଙ୍କ ଏଭଳି ବ୍ୟବହାର କୁ ନେଇଁ କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ ମାନେ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରି ଏଭଳି ରାଜନିତି କରୁଥିବା ଜିଲ୍ଲାପାଳ ଙ୍କୁ କନ୍ଧମାଳ ଜିଲ୍ଲା ରୁ ନୂତନ ସରକାର ତୁରନ୍ତ ବଦଳି କଲେ ଭଲ ହୁଅନ୍ତା ବଲି ମତ ରଖିଛନ୍ତି ବୁଦ୍ଧି ଯିବିମାନେ l