ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ ପାରୁନାହିଁ । ଜମି ଗ୍ରହଣର ୪ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କୁ ଥଇଥାନ ହୋଇପାନି କି କ୍ଷତିପୂରଣ ମିଳୁପାରୁନାହିଁ । ଗତ ଜୁଲାଇ ୨୬ ତାରିଖରେ ଏହିପରି ବୈଠକ ହୋଇଥିଲା । ଉକ୍ତ ବୈଠକରେ ଦିଆଯାଥିବା ପ୍ରତିଶୃତି ସତ୍ତ୍ବେ ସମାଧାନ ହୋପାରିଲା ନାହିଁ । ତିତିଗାଁ, କାକିଲି, ଚଢେୟାପଦା, ସୁଗୁବା, ବିଦ୍ୟାଧରପୁରର ବିସ୍ଥାପିତ ଯୋଗ ଦେଇଥିଲେ । ପ୍ରକଳ୍ପ ମୁଖ୍ୟମନ୍ତୀ ବିରେନ୍ଦ୍ର କୁମାର ଜଗତ, ୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ, ଜିଲ୍ଲା ପରିଷଦ ଯମୁନା ଦଳବେହେରା, ବିସ୍ଥାପିତ ଆବାହକ ସଭାପତି ଚୈତନ୍ୟ ସାହୁ ମିଳିତ ଭାବରେ ଆଲୋଚନା କରି ପ୍ରତିଶୃତି ପାଇ ସମୟକୁ ଅପେକ୍ଷା କରିଛନ୍ତି । ଯଦି ଏହି ଏହି ପ୍ରତିଶୃତି ପ୍ରଶାସନ ରକ୍ଷା ନକଲେ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ସୁଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଆମର ଏହି R T I ତଥ୍ୟ କହୁଛି ଯେ କାହାରିକୁ ବିସ୍ଥାପିତ ମାନଙ୍କୁ ଥଇଥାନ କରାଯାଇନାହି । ଯେଉଁ ଦିନ ପର୍ଯନ୍ତ ବିସ୍ଥାପିତ ପରିବାରଙ୍କୁ ଥଇଥାନ, ପୂଣ୍ଣବସ୍ତି ଏବଂ ଚାଷ ଜମି ଯୋଗା ନ ଦିଆଯାଇଛି ସେହି ପର୍ଯ୍ୟନ୍ତ କୌଣସି ଫେରି ଫେରି ଡବଲମେଣ୍ଟ କାମ କରିଦିଆଯିବ ନାହିଁ କି ଆର ଆର କଲୋନୀରେ ବି କାମ କରେଇ ଦେବୁନାହିଁ ବୋଲି ସଂଗ୍ରାମ ସମିତିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।
Related Posts
ପିଲାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ସ୍ୱାଧୀନତା ଦିବସ। ଗରିବ ଅବହଲିତ ପିଲାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ । ଆର,ଉଦୟଗିରି(ମନୋଜ କୁମାର ପଢୀ)-: ୧୫,୮,୨୦୨୪,ସ୍ୱାଧୀନତା ଦିବସ ଉପଲେକ୍ଷ, ସିଲକି ସିଟି ଉଲକର୍ସ କଲବ ତରଫ…
ବ୍ଲକ୍ ସ୍ତରୀୟ ସୁରଭି ଉତ୍ସବରେ ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷକ
ବ୍ଲକ୍ ସ୍ତରୀୟ ସୁରଭି ଉତ୍ସବରେ ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷକ***************** ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅଧିନସ୍ଥ କେ. ଏମ.…
ଭି କେ ପାଣ୍ଡିଆନ ଙ୍କ ମୋହନା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର, ବିରୋଧୀ ପ୍ରାର୍ଥୀ ଙ୍କୁ କଲେ କଡ଼ା ସମାଲୋଚନା
: ଆମ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ମୋହନା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର, ବିରୋଧୀ ପ୍ରାର୍ଥୀ ଙ୍କୁ କଲେ କଡ଼ା ସମାଲୋଚନା ଆର,ଉଦୟଗିରି(ମନୋଜ…