ଅଡଗାଁ ବଜାର ରେ ଟାଟା ପାୱାର ବିରୁଦ୍ଧ ରେ ଜନ ସଭା

ଅଡଗାଁ ବଜାର ରେ ଟାଟା ପାୱାର ବିରୁଦ୍ଧ ରେ ଜନ ସଭା ବରଗଡ-୩,୧୦(ଭବାନୀ ଶଙ୍କର ପାଢ଼ୀ)ବରଗଡ ବ୍ଲକ ଅନ୍ତର୍ଗତ ଅଡଗାଁ ବଜାର ପ୍ରାଙ୍ଗଣ ରେ ବରଗଡ଼ ରୁ ଭେଡେନ ରୋଡ ଅଞ୍ଚଳ ବାସୀ ଙ୍କ ଦ୍ୱାରା ଏକ ଜନ ସଭା ଅନୁଷ୍ଠିତ ହୋଇଥିଲା। ଏହି ଜନ ସଭା ରେ ଟାଟା ପାୱାର ଓ ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି ବିରୁଦ୍ଧ ରେ ଶହ ଶହ ଚାଷୀ ଓ ଅଞ୍ଚଳ ବାସୀ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥଲା। ଉଭୟ ଟାଟା ପାୱାର ଓ ପୋଲିସ ପ୍ରଶାସନ ବିଷୟ ରେ ଦୁଇଟି ପୃଥକ ପୃଥକ ଦାବୀ ପତ୍ର ଦେବା ପାଇଁ ସ୍ଥିର ହେଇଥିଲା।ସମସ୍ତେ ସମସ୍ତ ଙ୍କ ର ଭିନ୍ନ ଭିନ୍ନ ସମସ୍ୟା ବିଷୟ ରେ କହିଥିଲେ। ଟାଟା ପାୱାର ମନମୁଖୀ ଇଲେକ୍ଟ୍ରୀ ବିଲ ଆଦାୟ,ସ୍ମାର୍ଟ ମିଟର କୁ ବିରୋଧ,ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି କୁ ରୋକିବା ପାଇଁ ପୋଲିସ ପ୍ରଶାସନ ର ଚୋବିସ ଘଣ୍ଟିଆ ପେଟ୍ରୋଲିଂ, ଏକ ନୂତନ ଥାନା ର ନିର୍ମାଣ ସକାଶେ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା। ଏ ସବୁ ର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ସ୍ମାର୍ଟ ମିଟର କୁ ଖୋଲି ରାଜ ରାସ୍ତା କୁ ଆସି ଏକ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ଅଞ୍ଚଳ ବାସୀ କହିଛନ୍ତି। ଏହି ଜନ ସଭା ରେ ନିଷ୍ଠା ପରିବାର ର ଉପଦେଷ୍ଟା ତଥା ଅଡଗାଁ ସମବାୟ ସେବା ସମିତି ର ସଭାପତି ଅଶ୍ୱିନୀ ତ୍ରିପାଠୀ, ପୁର୍ବତନ ସରପଞ୍ଚ କ୍ଷିରୋଦ୍ର ସାହୁ, ବିଶିଷ୍ଟ ଚାଷୀ ନେତା ଉତ୍ପନ୍ନ ଭୋଇ, ରାଜେଶ ମହାପାତ୍ର, ନରେନ୍ଦ୍ର ଭୋଇ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର, ଖଣ୍ଡହଥା ସରପଞ୍ଚ ଚିତ୍ର ସେନ ସାହୁ, ପ୍ରଫୁଲ୍ଲ ଭୋଇ ଓ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *